ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓପେକ୍ ରାଷ୍ଟ୍ର ତେଲ ଦର ବଢ଼ାଇଲେ ରୁଷ୍ରୁ ଅଧିକ ତେଲ କିଣିବ ଭାରତ । ଓପେକ୍ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ହ୍ରାସ କରି ଯଦି ତେଲ ଦାମ୍ ବଢ଼ାଇବାକୁ ଉଦ୍ୟମ କରିବେ ତେବେ ରିହାତିରେ ମିଳୁଥିବା ରୁଷ୍ ତେଲକୁ ଅଧିକ ମାତ୍ରାରେ କିଣିବା ଉପରେ ଭାରତ ବିଚାର କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ଆମ ଜନସଂଖ୍ୟା ଅଧିକ । ତେଣୁ ଆମକୁ ଏଭଳି ଦାମ୍ ଦେଖିବାକୁ ପଡ଼ିବ ଯାହା ଆମ ପାଇଁ ସୁଲଭ ହୋଇଥିବା ଦରକାର । ତେଣୁ ଓପେକ୍ ରାଷ୍ଟ୍ର ଯଦି ଦାମ୍ ବଢ଼ାଇବା କାମ କରିବେ ତେବେ ରୁଷ୍ରୁ ତେଲ କିଣିବା ବିଷୟରେ ଆମକୁ ବିଚାର କରିବାକୁ ପଡ଼ିବ । ଆଗୁଆ ଚିନ୍ତା ନକଲେ ଆମକୁ ତେଲ କିଣିବା ପାଇଁ ଅଧିକ ଗଣିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି । ଗତବର୍ଷ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରିହାତିରେ ମିଳୁଥିବା ତେଲକୁ ଭାରତ ବିପୁଳ ମାତ୍ରାରେ କିଣୁଛି ।
ରୁଷ୍ ଏବେ ଭାରତର ଏକ ନମ୍ବର ତେଲ ଯୋଗାଣକାରୀ ରାଷ୍ଟ୍ର । ଇରାକ ଓ ସାଉଦି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ଯେହେତୁ ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଛି, ତେଣୁ ଯେଉଁଠାରେ ଶସ୍ତା ମିଳିବ ସେଠାରୁ ତେଲ କିଣା ହେବ । ଏହା ଆମ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଦେଶ ଭିତରେ ଘଟୁଥିବା ଘଟଣା ତୁଳନାରେ ତେଲ ବଜାର ଓ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ଘଟୁଥିବା ଘଟଣାକୁ ନେଇ ଆମେ ଅଧିକ ଚିନ୍ତିତ ବୋଲି ସେ କହିଛନ୍ତି । ତେଲ ଓ ଯୁଦ୍ଧ ଭାରତୀୟ ଅର୍ଥନୀତି ପାଇଁ ସବୁଠୁ ବଡ଼ ବିପଦ ବୋଲି କହିବାକୁ ସେ ଭୁଲି ନାହାନ୍ତି । ଆମେରିକା ଓ ଅନ୍ୟ ବିକଶିତ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବରେ ଭାରତର ରପ୍ତାନି କମିବ ଏବଂ ଆମ ଆମ ଅର୍ଥନୀତି ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେବ।
ତେବେ ଦେଶରେ ମହଙ୍ଗା ମାଡ ଯୋଗୁଁ ସାଧାରଣ ଲୋକେ ଚିନ୍ତାରେ ପଡିଥିବା ବେଳେ ଖାଉଟିଙ୍କୁ ମିଳିଛି ଆଶ୍ୱସ୍ତି । ସୋରିଷ ତେଲର ଦାମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଣିକି ଶସ୍ତାରେ ମିଳିପାରିବ ସୋରିଷ ତେଲ । ତେବେ ଏହି ଦାମ୍ କେତେ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ ସେ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଯଥାଶୀଘ୍ର ଏହି ମୂଲ୍ୟହ୍ରାସର ଫାଇଦା ଉଠାଇନେବାକୁ ଚାହୁଁଛନ୍ତି ଖାଉଟି । ଦେଶର ସବୁଠୁ ବଡ ସୁବେ ଉତ୍ତରପ୍ରଦେଶରେ ସୋରିଷ ତେଲର ମୂଲ୍ୟ ୫୫ ଟଭ୍କା ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ତେବେ ଯଥାଶୀଘ୍ର ଏହି ମଉକାର ଫାଇଦା ଉଠାଇ ସୋରିଷ ତେଲ କିଣି ନେବା ବୁଦ୍ଧିମାନର କାର୍ଯ୍ୟ ହେବ । କାରଣ ଆଗାମୀ ଦିନରେ ସୋରିଷ ତେଲରେ ଏକ ବଡ ଦରବୃଦ୍ଧି ଦେଖିବାକୁ ମିଳିପାରେ ।
ସୂଚନା ଅନୁସାରେ, ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷେ୍ନøରେ ସୋରିଷ ତେଲ ଖୁବ ଶସ୍ତାରେ ପାଇପାରିବେ ଖାଉଟି । ଏଠାରେ ଲିଟର ପିଛା ୧୫୪ ଟଙ୍କାରେ ମିଳୁଛି ସୋରିଷ ତେଲ । ସେହିପରି ସୀତାପୁର ଜିଲ୍ଲାରେ ଏହାର ଦାମ୍ ୧୫୩ ଟଙ୍କା ପ୍ରତି ଲିଟରକୁ ହ୍ରାସ ପାଇଛି । ତେବେ ବଦାୟୁଁ ଜିଲ୍ଲାରେ ସୋରିଷ ତେଲ ଦରରେ ଲିଟର ପିଛା ୫୪ଟଙ୍କା ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଏଠାରେ ୧୫୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ସୋରିଷ ତେଲ । ସେପଟେ ଶାହଜାହାନପୁରରେ ସୋରିଷ ତେଲର ଦାମ୍ ରହିଛି ୧୫୨/ଲିଟର । ସହାରନପୁର ଜିଲ୍ଲାରେ ସୋରିଷ ତେଲର ମୂଲ୍ୟରେ ଖୁବ ହ୍ରାସ ଘଟିଛି । ଏଠାରେ ଲିଟର ପିଛା ୧୫୪ ଟଭ୍କା ରହିଛି ତେଲ । ସେହିଭଳି ମୁଜାଫରନଗରରେ ମଧ୍ୟ ସୋରିଷ ତେଲ ପ୍ରତି ଲିଟର ୧୫୬ ଟଙ୍କାରେ ପହଞ୍ଚିଛି । ଏହାବ୍ୟତୀତ ମେରଠ ଜିଲ୍ଲାରେ ଖାଉଟି ମାନଙ୍କୁ ୧୫୭ ଟଙ୍କାରେ ଗୋଟିଏ ଲିଟର ସୋରିଷ ମିଳିପାରୁଛି ।