ନାମାଙ୍କନ ପତ୍ର ଦାଖଲ କଲେ ଓମ୍ ବିର୍ଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ଶାସକ ଦଳ ବିରୋଧୀଙ୍କ ସହ ତାଙ୍କ ନାମକୁ ନେଇ ଆଲୋଚନା କରିଥିବା ବେଳେ ଏହା ଫଳପ୍ରଦ ହୋଇନାହିଁ । ବିରୋଧୀ ଇଣ୍ଡିଆ ମେଣ୍ଟ ବିଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛି । ମେଣ୍ଟ ପକ୍ଷରୁ କେ ସୁରଶଙ୍କୁ ବାଚସ୍ପତି କରିବା ନେଇ ପ୍ରାର୍ଥୀ କରାଯାଇଛି ।

ସେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଇଣ୍ଡିଆ ମେଣ୍ଟ ପକ୍ଷରୁ କେ. ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଓମ୍‌ ବିର୍ଲାଙ୍କୁ ସମର୍ଥନ କରିବା ନେଇ ରାଜନାଥ ସିଂ ବିରୋଧୀଙ୍କ ସହ ଆଲୋଚନା କରିଥିଲେ । ଏହାକୁ ନେଇ ରାହୁଲ ଉପ-ବାଚସ୍ପତି ପଦ ଇଣ୍ଡିଆ ମେଣ୍ଟକୁ ଦେବାକୁ କହିଥିଲେ । ଯାହାକୁ ନେଇ ଦୁଇ ଦଳ ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଫଳରେ ଦୁଇ ଦଳ ସେମନଙ୍କର ପ୍ରାର୍ଥୀ ଦେଇଛନ୍ତି ।

ଏନେଇ ଲଲନ ସିଂ କହିଛନ୍ତି ଯେ, ବିରୋଧୀ ଦଳ ଉପ-ବାଚସ୍ପତି ପଦକୁ ନେଇ ଭରଷା ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନ ଶାସକ ଦଳ ପଛରେ ଏହାକୁ ଦେଖିବା ବୋଲି କହିଛନ୍ତି । ପ୍ରଥମେ ଆମ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସେମାନେ କହିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ରାଜି ନୁହଁନ୍ତି । ସୂଚନା ଥାଉକି ଶାସକ ଦଳ ପକ୍ଷରୁ ରାଜନାଥ ସିଂ ସକାଳେ ବିରୋଧୀ ଦଳଙ୍କ ସହ ଏ ନେଇ ଆଲୋଚନା କରିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ ।

Leave A Reply

Your email address will not be published.