ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଅଘଟଣ ଘଟିଛି। ପ୍ରେମ ନଗର ଅଞ୍ଚଳରେ ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍ ପ୍ରାୟ ୩ଟା ୩୦ ସମୟରେ ନିଆଁ ଲାଗିଥିଲା। ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ମୁତାବକ, ଗତ ରାତି ପ୍ରୟ ୩ଟା ପରେ ପ୍ରେମ ନଗରର ଏକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା।
ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ପାଖ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଇନ୍ଭର୍ଟରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ିନି। ତେବେ ପ୍ରଥମେ ତଳ ମହଲରେ ନିଆଁ ଲାଗିଥିବା ବେଳେ ସେଠାରେ ଥିବା ଇନଭୋଟର ଓ ସୋଫାରେ ନିଆଁ ଲାଗି ଯାଇଥିଲା। ପରେ ଏହା ଭୟଙ୍କର ରୂପ ଧାରଣ କରି ବ୍ୟାପି ଯାଇଥିଲ। ଫଳରେ ଉପର ମହଲାରେ ଥିବା ହୀରା ସିଂହଙ୍କ ପରିବାର ତଳକୁ ଆସି ପାରି ନ ଥିଲେ।
ଘଟଣା ସମୟରେ ପରିବାର ସଦସ୍ୟ ପ୍ରଥମ ମହଲାରେ ଶୋଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପରିବାର ସଦସ୍ୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଉଛନ୍ତି, ହୀରା ସିଂହ, ତାଙ୍କ ପତ୍ନୀ ନୀତୁ ସିଂହ, ପୁଅ ରବିନ୍ ଓ ଲକ୍ଷ୍ୟ।