ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବଣ୍ଟା ଯାଇଥିଲା ତିରୁପତି ଲଡ଼ୁକୁ ନେଇ ବିବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିରୁପତି ତିରୁମାଳା ବାଲାଜୀ ମନ୍ଦିରର ଲଡ଼ୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟା ଯାଇଥିଲା | ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ମନ୍ଦିରର ଲଡୁରେ ପଶୁ ଚର୍ବି ମିଶୁଛି ବୋଲି ଅଭିଯୋଗ ହୋଇ ବିବାଦ ଉପୁଜିବା ପରେ ମୁଖ୍ୟ ପୁରୋହିତଙ୍କର ଏପରି ମନ୍ତବ୍ୟ ଏବେ ଏହି ଘଟଣାର ତଦନ୍ତ ଦାବି କରିଛି।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଇଣ୍ଡିଆ ଟୁଡେକୁ କହିଛନ୍ତି, “ମୁଁ ଜାଣେ ନାହିଁ କେତେ ଲଡୁ ଅଣାଯାଇଥିଲା। ଟ୍ରଷ୍ଟ ଏହା ଜାଣିଥିବ। କିନ୍ତୁ ଯାହା ବି ହେଉ, ଭକ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ମିଶ୍ରଣକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଏକ ବିପଜ୍ଜନକ ଷଡ଼ଯନ୍ତ୍ରକୁ ସୂଚାଉଛି।”ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ପଶୁ ଚର୍ବି ମିଶୁଥିବା ଉପରେ ପ୍ରତିକ୍ରିୟା ରଖି ଆଚାର୍ଯ୍ୟ ଦାସ କହିଛନ୍ତି, “ଏହା ସାଙ୍ଘାତିକ ଷଡ଼ଯନ୍ତ୍ର। ତିରୁପତିରୁ କେତେ ଲଡ଼ୁ ରାମ ମନ୍ଦିରକୁ ଆସିଥିଲା ମୁଁ ଜାଣି ନାହିଁ।

ମନ୍ଦିର ଟ୍ରଷ୍ଟ ହୁଏତ ଏ ବାବଦରେ ଜାଣିଥିବେ। କିନ୍ତୁ ଯେତେ ବି ଲଡ଼ୁ ଆସୁ, ଅନେକ ଭକ୍ତଙ୍କୁ ଏହା ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା।”ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ଏକ ଲକ୍ଷରୁ ଅଧିକ ଲଡୁ ପଠାଯାଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮,୦୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Leave A Reply

Your email address will not be published.