‘ଏକ ଦେଶ ଏକ ନିର୍ବାଚନ’ ବୈଠକ: ସବୁ ରାଜନୈତିକ ଦଳଙ୍କ ମତାମତ ଗ୍ରହଣ କରିବାକୁ କମିଟିର ନିଷ୍ପତ୍ତି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶନିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଦେଶ ଏକ ନିର୍ବାଚନ ନେଇ ହୋଇଥିଲା ପ୍ରଥମ ବୈଠକ। ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କ ମତାମତ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଗୁଲାମ ନବୀ ଆଜାଦ ଯୋଗଦେଇଥିଲେ। ତେବେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଇ ନ ଥିଲେ। କମିଟି ସଦସ୍ୟମାନେ ଏନେଇ ଦୁଇଟି ନିଷ୍ପତ୍ତି ନେଇଛନ୍ତି। ପ୍ରଥମଟି ହେଉଛି ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କୁ ଡକାଯିବ। ଦ୍ୱିତୀୟଟି ହେଉଛି ବିଧି ଆୟୋଗ ସହିତ ବିଚାର ବିମର୍ଷ କରାଯିବ।

Leave A Reply

Your email address will not be published.