ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦନ୍ତାହାତୀ ଆକ୍ରମଣ ରେ ଜଣେ ମୃତ | ମୋରଡା ଓ ରାସଗୋବିନ୍ଦପୁର ବ୍ଲକ ରେ ହାତୀ ଆତଙ୍କ ଲାଗିରହିଛି। ତେବେ ଗତକାଲି ସଂଧ୍ୟାରେ ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମ ର ଜ୍ୟୋସ୍ନା ଭକ୍ତା ଙ୍କ ଘର କୁ ହାତୀ ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଛି।

ହାତୀ ଭୟରେ ଘର ଛାଡ଼ି ଜ୍ୟୋସ୍ନା ଦୌଡ଼ି ପଳେଇ ଜୀବନ ବଞ୍ଚାଇଥିବା ଜଣାପଡିଛି । ତେବେ ଆଜି ଭୋର ସମୟରେ ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ କାଳିଆନାଳ ଠାରେ ଦୁଇଟି ଦନ୍ତାହାତୀ ଆକ୍ରମଣ ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୁଇନ ଦେହୁରୀ । ପୁଇନ ଦେହୁରୀ ଙ୍କ ଘର କାମ ଚାଲିଥିବାରୁ ସେ ସରକାରୀ ମମତା ଗୃହ ରେ ଆଶ୍ରୟ ନେଉଥିଲେ।

ଘର ଭିତରେ ଶୋଇଥିବା ଅବସ୍ଥାରେ ପୁଇନ ଙ୍କୁ ଟାଣି ଆଣି କଚାଡ଼ି କଚାଡି ତଳେ ପକାଇ ମୁଣ୍ଡକୁ ମାଡି ଦଳି ଦେଇଥିବା ଦେଖିବାକୁ ମିଳିଛି । ପରେ ଗାଁ ଭିତରକୁ ପଶିଆସି ତିନୋଟି ଘର ଭାଙ୍ଗିଥିବା କହିଛନ୍ତି ଗ୍ରାମବାସୀ । ତେବେ ରାତିରେ ଦୁଇଟି ଦନ୍ତାହାତୀ ଆସି ଉକ୍ତ ଗ୍ରାମର ସୁନ୍ଦର ଦେହୁରୀ, ବିମ୍ବା ଦେହୁରୀ, ବିଷ୍ଣୁ ଦେହୁରୀ ଙ୍କ ଘର ଭାଙ୍ଗିବା ସହିତ ଘର ଭିତରେ ପଶି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରିଛି । ତେବେ ବେତନଟୀ ବନବିଭାଗ ପକ୍ଷ ରୁ କୌଣସି ସତର୍କ ସୂଚନା ଦିଆଯାଇନଥିବା କହିଛନ୍ତି ସ୍ଥାନୀୟ ଲୋକେ

Leave A Reply

Your email address will not be published.