ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଓପନ ଏଆଇ ସିଇଓ ସାମ୍ ଅଲଟମ୍ୟାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଓପନ ଏଆଇ ସିଇଓ ସାମ୍ ଅଲଟମ୍ୟାନ। ଭାରତର ପ୍ରଯୁକ୍ତିରେ ଉନ୍ନତି ଆଣିବା ଦିଗରେ ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବହୁ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ବିଶ୍ୱର ଚର୍ଚ୍ଚିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟୁଲ ଚାଟ୍ ଜିପିଟିର ଜନକ ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁକ୍ରବାର ଭେଟିଛନ୍ତି। ଏହି ଅବସରରେ ଏଆଇକୁ ନେଇ ଦୁହେଁ ବହୁ ଆଲୋଚନା କରିବା ସହ ବିଶେଷ କରି ଏଆଇ ଯୁବପିଢ଼ିଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି । ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ଡ଼ିଜିଟାଲ ରୂପାନ୍ତରୀତ କାର୍ଯ୍ୟରେ ସବୁ ପ୍ରକାର ସହଯୋଗିତାକୁ ସ୍ୱାଗତ କରୁଛୁ ବୋଲି ମୋଦି କହିଛନ୍ତି ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓ ଅଲ୍ଟମ୍ୟାନ ଯୋଗ ଦେଇଥିଲେ । ଏଆଇ ମଣିଷଠାରୁ ଶହେ ଗୁଣା ଅଧିକ କାମ କରିବ ବୋଲି ଅଲ୍ଟମ୍ୟାନ କହିଛନ୍ତି । ହେଲେ ଏହା କେବେ ବି ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇପାରିବନି ବୋଲି କହିଛନ୍ତି । ମଣିଷ ଠାରୁ ଏଆଇକୁ ନିୟନ୍ତ୍ରଣ କରିବାକୁ ବିଶ୍ୱବ୍ୟାପୀ ହେଉଥିବା ଉଦ୍ୟମ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଶେଷରେ ଅଲ୍ଟମ୍ୟାନ କହିଛନ୍ତି, ଏଆଇ ଦ୍ୱାରା ମାନବ ସମାଜର ବିନାଶ ହେବ ବୋଲି କୁହାଯାଉଥିବା କଥା ହେଉଛି ଅତ୍ୟଧିକ ଭାବନା ।

Leave A Reply

Your email address will not be published.