ବିଧାନସଭାରେ ବିରୋଧୀଙ୍କ କୋକେଇ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ୍: SCB ଟ୍ରାଜେଡି: ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା। ବିରୋଧୀ ବିଜେଡି ପକ୍ଷରୁ କୋକେଇ ଶୋଭାଯାତ୍ରା।ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ବିଧାନସଭା ପରିସର।

ବିଧାନସଭା ଅଧିବେଶନ । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ବିଧାନସଭା ଭିତରେ ‘ରାମ୍ ନାମ୍ ସତ୍ୟ ହେ’ର ନାରା ଦେଇଥିଲେ ବିରୋଧୀ । ଜୋରଦାର ହଙ୍ଗାମା ସହ ବିରୋଧରେ କମ୍ପିଥିଲା ଗୃହ। ଯାହାଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି। ଏହାପରେ ବିରୋଧୀ ସଦସ୍ୟମାନେ ଏକ ପ୍ରତିକାତ୍ମକ କୋକେଇ ପ୍ରସ୍ତୁତ କରିଥିଲେ । ଆଉ ଏହାକୁ ଧରି ପୁରା ବିଧାନସଭା ପରିସର ଯାକ ବୁଲାଇଥିଲେ । ଏପିରିକି ଖଇ ଓ କଉଡି ମଧ୍ୟ ଫିଙ୍ଗି ଦେଇଥିଲେ । ଖାସ୍ କରି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ବିରୋଧ ସବୁଠୁ ଥିଲା ନିଆରା । କାନ୍ଦି କାନ୍ଦି ସରକାରଙ୍କୁ ବିରୋଧ ଜଣାଇଥିଲେ । କିପରି ରାଜ୍ୟରେ ଏକ ସରକାରୀ ମେଡିକାଲରେ ନିଆଁ ଲାଗିଲା । ଆଉ ସେହି ନିଆଁ ୧୦ରୁ ଅଧିକ ଲୋକଙ୍କ ପ୍ରାଣ ଚାଲିଗଲା । ଏହାର ପୁରା ତଦନ୍ତ ହେବା ଦରକାର । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

Leave A Reply

Your email address will not be published.