ଅଙ୍ଗଦାନ ଏକ ମହତ ଦାନ; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା |ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାର ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆଣିବା ସହ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜକୁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଙ୍ଗଦାନ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କର ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ଦେଉଛନ୍ତି। ଏହାଦ୍ବାରା ଅନ୍ୟମାନଙ୍କ ଜୀବନ ରକ୍ଷାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ଏହି ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଂଗଠନ(ସୋଟୋ) ପ୍ରତିଷ୍ଠା କରିଛନ୍ତି। ଏହାସହ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ୨୦୨୦ରୁ ‘ସୂରଜ’ ପୁରସ୍କାର ଆରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜଙ୍କ ନାମରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି। ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ସୂରଜଙ୍କ ମସ୍ତିଷ୍କ ମୃତ୍ୟୁ ଘଟିଥିଲା।

ତାଙ୍କ ପରିବାର ପକ୍ଷରୁ ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗଗୁଡ଼ିକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଗୁରୁତ୍ୱପୂର୍ଣ ଅଙ୍ଗଗୁଡ଼ିକ ୬ ଜଣଙ୍କୁ ନୂଆ ଜୀବନ ଦେବାରେ ସହାୟକ ହୋଇଥିଲା। ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏହାସହ ପ୍ରତିବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଅଗଷ୍ଟ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାତାମାନଙ୍କ ନିକଟତମ ଆତ୍ମୀୟଙ୍କୁ ସମ୍ମାନିତ ମଧ୍ୟ କରୁଛନ୍ତି।

 

Leave A Reply

Your email address will not be published.