କୋରାପୁଟରେ ଜଳିଗଲା OSRTC ବସ୍‌

0

ଓଡ଼ିଆ ନ୍ୟୁଜ୍: ପଟ୍ଟାଙ୍ଗି ବ୍ଲକ ସାଲୁର ଘାଟିରେ ଅଘଟଣ।ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ।ନିଆଁ ଦେଖି ବସ୍‌ରୁ ଓହ୍ଲାଇପଡ଼ିଲେ ଯାତ୍ରୀ।ବିଶାଖାପାଟଣାରୁ ଜୟପୁରକୁ ଆସୁଥିଲା ବସ୍‌। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା।

ଘଟଣା ସ୍ଥଳରେ ଆନ୍ଧ୍ର ସାଲୁର ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି।  ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି, କିନ୍ତୁ କୌଣସି ଜୀବନହାନି ଘଟି ନାହିଁ। OSRTC ବସ୍‌ରେ ନିଆଁ ଲାଗିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ମାସ ମଧ୍ୟରେ OSRTC ବସ୍‌ଗୁଡ଼ିକରେ ପୃଥକ ପୃଥକ ଘଟଣା ଘଟିଛି।

 

Leave A Reply

Your email address will not be published.