ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ।୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ପ୍ରକାଶ।ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୧୭ ତାରିଖରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ ପାସ ହାର ରହିଛି ୬୮.୯୭ ପ୍ରତିଶତ । ପେପର ୧ ରେ ୭୧.୧୬ ଓ ପେପର ୨ ରେ ୬୮.୦୬ ପାସ ହାର ରହିଛି। ମୋଟ ୧୬୦୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରୁ ରେଜଲ୍ଟ ବୋର୍ଡ ୱେବସାଇଟ www.bscodisha.ac.in ରେ ଉପଲବ୍ଧ ହେବ ।

ଖବର ଅନୁଯାୟୀ, ଗତ ବର୍ଷ OTET ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ବାତିଲ କରିଥିଲା ବୋର୍ଡ । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଥିଲେ । ସେପଟେ ଏହି ମାମଲାରେ ତଦନ୍ତ କରୁଥିବା ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଆଉ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତନାଘନା କରିଥିଲା ।

Leave A Reply

Your email address will not be published.