ଓଟିପି ସେୟାରିଂ ସ୍କାମ୍‌ ମାମଲା: ଆସାମରୁ ଆଉ ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଓଟିପି ସେୟାରିଂ ସ୍କାମ୍‌ ମାମଲାରେ ଆସାମରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି  ଏସଟିଏଫ୍। ଅଭିଯୁକ୍ତ ଜଣକ ହେଲେ  ଇକ୍ବାଲ ହୁସେନ୍ । ତାଙ୍କୁ ଆସାମର ସ୍ଥାନୀୟ କୋର୍ଟରେ ହଜାର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍। ଇକ୍ବାଲ ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ରହୁଥିଲା। କିଛି ଦିନ ତଳେ ଘରକୁ ଫେରିଥିଲା। ସ୍ଥାନୀୟ ପୁଲିସ ସହାୟତାରେ ଏସ୍ଟିଟିଏଫ୍ ଟିମ୍ ତାକୁ ଘରୁ ଉଠାଇ ଆଣିଛି। ପାକିସ୍ତାନର ଇଣ୍ଟିଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କରେ ଥିବା ଏସଟିଏଫ୍ ସନ୍ଦେହ କରୁଛି।

ଇକବାଲ ହ୍ଵାଟସଆପ, ଟେଲିଗ୍ରାମ  ଓ ନକଲି ଆକାଉଣ୍ଟ ଓଟପି ସେୟାର କରୁଥିଲା । ପୂର୍ବରୁ ପଠାଣି ଓ ଅଭିଜିତ ଦେଶମୁଖ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଅବଦୁଲ। ସେ ୩୭ ଟି ମୋବାଇଲ ଓ ୫୦୦ ସିମ୍ ବ୍ୟବହାର କରିଥିଲା। ଗତ ୨ ବର୍ଷ ହେଲା ଓଟିପି, ହ୍ଵାଟସଆପ, ଟେଲିଗ୍ରାମ ସେୟାର କରି ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ଅବଦୁଲ ସ୍ୱୀକାର କରିଛି। ଏପରିକି ତାଙ୍କ ଗାଁର ଲୋକମାନେ ସାଇବର ଅପରାଧରେ ସମ୍ପୃକ୍ତ ଅଛନ୍ତି।

Leave A Reply

Your email address will not be published.