ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ପଞ୍ଚାୟତର ସରପଞ୍ଚ, ଶିବାନୀ ବିଜୁଳି, ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମୁର୍ମୁ, ପଞ୍ଚାୟତ ର ମୁରବି ଗୁରୁପଦ ବାରିକ, ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା ଆନୁଷ୍ଠାନିକ ଭାବେ ସଚେତନତା କାର୍ଯ୍ୟ କ୍ରର୍ମ ଆରମ୍ଭ କରିଥିଲା ।
ପଞ୍ଚାୟତ ରେ ପୁର୍ବରୁ ହୋଇଥିବା ବିକାଶ ମୁଳକ କାର୍ଯ୍ୟକ୍ରମ ଗୁଡିକ ସରକାର ଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନତା କରାଇବା ପାଇଁ ଏଲିଇଡି ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଉଥିଲା। ନବିନ ପଟ୍ଟନାୟକ ଓ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ଜନ ହିତକାରୀ ଯୋଜନା ସମ୍ପର୍କିତ ବାର୍ତ୍ତା କୁ ଏଲଇଡି ପରଦା ମାଧ୍ୟମରେ ଲୋକମାନଙ୍କୁ ସଚେତନତା ଉଦ୍ଦେଶ୍ୟରେ ପଞ୍ଚାୟତ ମାଧ୍ୟମରେ ଚେଷ୍ଟା କରାଯାଇଛି ।
ମହାକାଳପଡା ଓ ବଳିପାଳ ଦୁଇଟି ପଞ୍ଚାୟତ ର ବିକାଶ ର ଝଲକ ରେ ଆମ ଓଡିଶା ନବୀନ ଓଡ଼ିଶା ର ବିକାଶ ଗୁଡ଼ିକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀ ଙ୍କୁ ଅନ୍ତର୍ଭୁକ୍ତ କରାଇବା, କାଳିଆ ଯୋଜନା ରେ ଚାଷୀ ମାନେ ଉପକୃତ ହେବା, ସାମାଜିକ ସୁରକ୍ଷା ଭତା କଣ୍ଟନ, ମିଶନ ଶକ୍ତି ଜରିଆରେ ସୋୟଙ୍ଗ ସହାୟିକା ଗୋଷ୍ଠୀ ମାନଂକୁ ବିନା ସୁଧରେ ୠଣ ପ୍ରଦାନ କରାଇବା ସହିତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା, ବିଦ୍ୟାଳୟ ଗୁଡିକ ରୂପାନ୍ତରି କରଣ କରାଇବା, ମନରେଗା ଯୋଜନାରେ ଗ୍ରାମାଞ୍ଚଳରେ କଚ୍ଚା ରାସ୍ତା କୁ ଟାଇଲି ରାସ୍ତା କରାଇବା , ପଞ୍ଚାୟତ ରେ ଆମ ବ୍ୟାଙ୍କ ସେଵା ଯୋଗାଇଦେବା, ମଠ ଓ ମନ୍ଦିର ଗୁଡ଼ିକୁ ରୁପାନ୍ତରିକରଣ କରାଇବା, ଏହିସବୁ ଯୋଜନା ଗୁଡିକୁ ଏଇଇଡି ସ୍କ୍ରିନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଛି । ପଞ୍ଚାୟତ,ସମସ୍ତ ୱର୍ଡ ସଭ୍ୟ ସଭ୍ୟା ଙ୍କ ସହିତ ପଞ୍ଚାୟତ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଙ୍କ ସହିତ ବହୁ ବରିଷ୍ଠ ବୃଦ୍ଧିଜୀବି ମାନେ ଉପସ୍ଥିତ ଥିଲେ