ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହୋଇଛି କିନ୍ତୁ କଂଗ୍ରେସ ଓଡ଼ିଶାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହୋଇଛି କିନ୍ତୁ କଂଗ୍ରେସ ଓଡ଼ିଶାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଉ | ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶ ଅନୁଷ୍ଠିତ ହୋଇଛି।  ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହୋଇଛି କିନ୍ତୁ କଂଗ୍ରେସ ଓଡ଼ିଶାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଉ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରସ୍ତାବ ଦିଅନ୍ତୁ ବୋଲି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଅଳକା ଲାମ୍ବା ଆଜି ଦଳର ମହିଳା ନ୍ୟାୟ ସମାବେଶକୁ ଉଦଘାଟନ ଅବସରରେ ଦାବି କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶକୁ ଅଖିଳ ଭାରତ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ଲାମ୍ବା କହିଥିଲେ, ୨୦୦୦ ମସିହାରେ ଓଡ଼ିଶାରେ ମଦ ବିକ୍ରିରୁ ୧୧୪ କୋଟି ରାଜସ୍ବ ପାଉଥିଲେ ସରକାର। ଏବେ ତାହା ବଢ଼ି ୬୪୫୫ କୋଟିରେ ପହଞ୍ଚିଲାଣି। ମଦର ବନ୍ୟା ପାଇଁ ବହୁ ଜୀବନ ଉଜୁଡ଼ି ଯାଉଛି। ମା’ ଭଉଣୀ ସମସ୍ୟାର ସମ୍ମୁଖୀନ ହେଉଛି।

ତେଣୁ ମଦ ବିକ୍ରିରୁ ମିଳୁଥିବା ଅର୍ଥରେ ବିକାଶ ଦରକାର ନାହିଁ। ଓଡ଼ିଶାରେ ପ୍ରତିଦିନ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ତହିଁରୁ ୪ଜଣ ହେଉଛନ୍ତି ନାବାଳିକା। ଓଡ଼ିଶାର ମହିଳା ଯେତେ ଅଧିକ ଶକ୍ତିଶାଳୀ ହେବେ ଓଡ଼ିଶା ସେତେ ଅଗ୍ରସର ହେବ । ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ଓ ଓଡ଼ିଶାର ବିଜେଡ଼ି ସରକାର ମହିଳାମାନଙ୍କ ବିରୋଧି । ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ କଥା କହି ମିଛ ପ୍ରଚାର କରାଯାଉଛି ଏହାର ସତ୍ୟତା ଖୁବଶୀଘ୍ର ଲୋକଙ୍କୁ ଜଣାଯିବ । କଂଗ୍ରେସ ସରକାର ସମୟରେ ମହିଳାମାନଙ୍କ ପ୍ରଗତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା । ୟୁପିଏ ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ସେମାନେ କିଭଳି ଆଗକୁ ବଢ଼ିବେ ସେଥିପାଇଁ ସ୍ୱତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.