ପେଟ୍ରୋଲ ଏବଂ ଡିଜେଲ ଦର ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପି.ଚିଦାମ୍ବରମ୍‌

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଶନିବାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କେନ୍ଦ୍ର ସରକାର ଶନିବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଘୋଷଣା କରିଛନ୍ତି । ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିରୋଧୀମାନେ ନିରନ୍ତର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌। ସେ ଟ୍ୱିଟ୍ କରି କହିଛନ୍ତି, ‘କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଗରେ କୂଅ ଓ ପଛରେ ଘାଇ ଭଳି ସ୍ଥିତିରେ ଆଣି ଛାଡି ଦେଇଛନ୍ତି। କେନ୍ଦ୍ର ସରକାର ଅଧିକ ଅର୍ଥ କିମ୍ବା ଅନୁଦାନ ନଦେଲେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲର ଭାଟ୍ ଛାଡି କାରିପାରିବେ କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଜ୍ୟଗୁଡ଼ିକ ଦ୍ୱନ୍ଦ୍ୱ ସ୍ଥିତିରେ ଅଛନ୍ତି।’

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଟିକସ କାଟ ଘୋ‌ଷଣା କରିବା ବେଳେ ସୀତାରମଣ ‘ଏକ୍ସାଇଜ୍ ଡିୟୁଟି’ ବୋଲି କହିଥିଲେ। କିନ୍ତୁ, ଏହା ‘ଏକ୍ସାଇଜ୍ ଡିୟୁଟି’ ନୁହେଁ, ‘ଆଡିସ୍‌ନାଲ୍ ଏକ୍ସାଇଜ୍ ଡିୟୁଟି’ ହ୍ରାସ। ଯାହା ରାଜ୍ୟମାନଙ୍କୁ ଦିଆଯାଏ ନାହିଁ।

ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କର ଅଂଶ ଭାବରେ ରାଜ୍ୟ ସରକାର ଖୁବ୍ କମ୍ ରାଜସ୍ୱ ପାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହୋଇଥିବା ଭାଟରୁ ରାଜ୍ୟଗୁଡିକୁ ରାଜସ୍ୱ ମିଳୁଛି।’

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟକୁ ଟ୍ୟାକ୍ସ କମ୍ କରିବା ପାଇଁ ଅନୁରୋଧ କରିଥଇଲେ। ଟ୍ୟାକ୍ସ କମ୍ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ କହିଥିଲେ। ମୋଦିଙ୍କ ଏହି କଥାକୁ ନେଇ ଏବେ ପି.ଚିଦାମ୍ବରମ୍ ତାଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି। ଯେତେବେଳେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଥିବା ସେସ୍ ହ୍ରାସ କରିବେ ସେତେବେଳେ ପ୍ରକୃତ କଟ୍ ହେବ। ସେହି ରାଜସ୍ୱ ଛାଡିବାକୁ କେନ୍ଦ୍ର ସାମର୍ଥ୍ୟ ହୋଇପାରିବ କି? ବୋଲି ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.