ସୋମବାର ଭାରତ ବାୟୋଟେକ୍ ର କୋଭାକ୍ସିନ୍ ନିର୍ମାତା ଡ଼ାଃ.କୃଷ୍ଣ ମୁର୍ତ୍ତୀ ଏଲା ଏବଂ ସୁମିତ୍ରା କୃଷ୍ଣ ଏଲାଙ୍କୁ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି। ଉଭୟ ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଦେଶକୁ ଆଗେଇ ନେଇଛନ୍ତି। କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା। ଡକ୍ଟର କୃଷ୍ଣ ମୁର୍ତ୍ତୀଙ୍କୁ ପ୍ରଦାନ କରିବା ସହିତ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା ଏବଂ ଗାୟକ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
୧୯୬୯ ମସିହାରେ ତାମିଲନାଡୁର ଏକ ତେଲୁଗୁ ଭାଷାଭାଷୀ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଡ଼ାଃ କୃଷ୍ଣ ଏଲା କୃଷି ବିଭାଗର ଅଂଶ ଭାବରେ ଫାର୍ମାସ୍ୟୁଟିକାଲ୍ ଏବଂ ଜୀବନ ବିଜ୍ଞାନ କମ୍ପାନୀ ବାଇର୍ରେ ଯୋଗ ଦେଇ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ଉଚ୍ଚ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ ଏବଂ ହାଇଦ୍ରାବାଦରେ ଏକ ଛୋଟ ଲାବୋରେଟୋରୀ ସ୍ଥାପନ ପାଇଁ ୧୯୯୬ ରେ ଫେରିଥିଲେ।ଏହି ସମୟରେ ସେ ଏହାର ନାମ ଭରତ ବାୟୋଟେକ୍ ରଖିଥିଲେ।
ରାଷ୍ଟ୍ରପତି ଭବନରେ ଆଜିର କାର୍ଯ୍ୟକ୍ରମରେ ଅଭିନେତା ଭିକ୍ଟର ବାନାର୍ଜୀ, ଓଡିଆ ଲେଖକ ଡ଼ାଃପ୍ରତୀଭା ରାୟ, ବିଶିଷ୍ଟ ପଣ୍ଡିତ ଆଚାର୍ଯ୍ୟ ବୈଷ୍ଣବ ତ୍ରିପାଠୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ଗାୟକ ସୁଲୋଚାନା ଚାବନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା।ପୂର୍ବତନ ବିଜେପି ନେତା ସ୍ବର୍ଗତ କଲ୍ୟାଣ ସିଂଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ତାଙ୍କ ପୁଅ ରାଜଭୀର ସିଂ ଏହି ପୁରସ୍କାର ପାଇଛନ୍ତି।