ପାକିସ୍ତାନର ଗୀର୍ଜାରେ ଆକ୍ରମଣ: ୧୦୦ ଅଟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ପୁଣି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଫୈସଲାବାଦ ଅନ୍ତର୍ଗତ ଜରାନ୍‌ୱାଲା ଜିଲ୍ଲାରେ ବୁଧବାର ଦିନ ଏକାଧିକ ଗୀର୍ଜା ଓ ଗୀର୍ଜା ଚତୁଃପାର୍ଶ୍ବ ଅଞ୍ଚଳରେ ଥିବା କେତେକ କୋଠାବାଡ଼ି ଭଙ୍ଗାରୁଜା ଘଟଣାରୁ ପାକିସ୍ତାନରେ ଦଙ୍ଗା ଓ ଗଣ୍ଡଗୋଳ ହୋଇଥିବା କଥା ‘ଜିଓ ନିଉଜ୍‌’ ରିପୋର୍ଟ କରିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଳେଖ ଅଛି ଯେ, ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।

ଜାରି କରିଥିବା ବିବୃତିରେ ପଞ୍ଜାବ ପ୍ରଦେଶର ସରକାରୀ ମୁଖପାତ୍ର କହିଛନ୍ତି ଯେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରଦେଶିକ ସରକାର ମଧ୍ୟ ଆଦେଶ ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବର କାମଚଳା ସୂଚନା ମନ୍ତ୍ରୀ ଅମିର ମିର୍‌ କହିଥିଲେ ଯେ, ଏ ଅଞ୍ଚଳରେ ଶାନ୍ତି ନଷ୍ଟ କରିଥିବା ଡଜନାଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଜରାନ୍‌ୱାଲାରେ ଘଟିଥିବା ହିଂସାକାଣ୍ଡ ସୁପରିକଳ୍ପିତ ଷଡ଼ଯନ୍ତ୍ର ଅଟେ।

Leave A Reply

Your email address will not be published.