ଭାରତ-ପାକିସ୍ତାନ ବିବାଦର ହେବ ଅନ୍ତ! ଜାଣନ୍ତୁ କଣ କହିଲେ ପାକ୍ ପ୍ରଧାନମନ୍ତ୍ରୀ

0

ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କର ଶୁଭେଚ୍ଛା ବଦଳରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ଦୃଢ଼ ସମ୍ପର୍କ ସ୍ଥାପନ କରିବାକୁ ସେ ଆଗ୍ରହୀ ଅଟନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ସମେତ ଭାରତ ସହ ସମସ୍ତ ସମସ୍ୟାର ସମାଧାନ କରିବାକୁ ସେ ଚାହୁଁଛନ୍ତି। ଶାହାବାଜ କହିଛନ୍ତି ଯେ ଆତଙ୍କବାଦ ନିଆଁରେ ପାକିସ୍ତାନ ମଧ୍ୟ ଅନେକ କିଛି ହରାଇଛି, ଏବେ ଏହା ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି।

ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ଶାହବାଜ ସରିଫ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି। ଏହା ପରେ, ତାଙ୍କର ପ୍ରଥମ ସମ୍ବୋଧନରେ, ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ସହିତ ସେ କାଶ୍ମୀରର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଥିଲେ ଯେ ସରିଫ ସରକାରଙ୍କ ଅଧୀନରେ ଭାରତ ସହ ସମ୍ପର୍କ ଭଲ ରହିଛି।

ଭାରତ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ଶାହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ। ଭାରତ ସମଗ୍ର ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି। ଏଥି ସହିତ ସମଗ୍ର ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରିବା ଭାରତର ପ୍ରାଥମିକତା ଅଟେ। ତେଣୁ, ଆମର ପ୍ରାଥମିକତା ହେଉଛି ଅର୍ଥନୈତିକ ବିକାଶ କରିବା ଏବଂ ଆମ ଲୋକଙ୍କ ଉନ୍ନତି ନିଶ୍ଚିତ କରିବା।

Leave A Reply

Your email address will not be published.