ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର!

0

ଓଡ଼ିଆ ନ୍ୟୁଜ୍: ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା।୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି।ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା।ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ କଲା।ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ।ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ। ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ।

ପାରାଦୀପ ପୋର୍ଟ ଏସପିଏମରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍‌ପିଏମ୍‌ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ପାରାଦୀପ ବନ୍ଦର ଏସ୍‌ପିଏମ୍‌ ପୋତାଶ୍ରୟଠାରୁ ୨୦ କି.ମି. ଦୂର ସମୁଦ୍ର ମଧ୍ୟରେ ଜାହାଜ ରହିଛି। ସେଠାରେ ଭାସମାନ ବର୍ଥକୁ ଏସ୍‌ପିଏମ୍‌ ବୋଲି କୁହାଯାଏ। ସେଠାରେ କେବଳ ବୃହତ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ପାଇପ୍‌ଲାଇନ ଯୋଗେ ଖଲାସ କରାଯାଇଥାଏ। ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ, ମେରାଇନ ପୋଲିସର

Leave A Reply

Your email address will not be published.