ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS। ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ମାଡି ବସିଚି ଭିଜିଲାନ୍ସ । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । GRS ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ୍ ଯଦୁମଣି ମାଝୀ ।

ଲାଞ୍ଚ ନ ଦେଇ ବାରମ୍ବାର ଦୌଡ଼ିବା ସତ୍ୱେ ତାଙ୍କ ବିଲ ପାସ ହେଉନଥିଲା । ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ବିଭାଗର ଯୋଜନା ମୂତାବକ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ମାଝୀ କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.