ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡ଼ିବା ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ଏଯାଏଁ ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇନାହିଁ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ହେଲେ ଏଯାଏଁ କିଛି ଖୋଜ ଖବର ମିଳିନାହିଁ । ମତ୍ସ୍ୟଜୀବୀମାନେ ମାଛଧରି ଫେରୁଥିବାବେଳେ ମୁହାଣରେ ଡଙ୍ଗା ଓଲଟି ପଡିଥିଲା । ମୁହାଣରେ ବୋଟ୍ ଓଲଟି ପଡିବାରୁ ୮ଜଣ ମତ୍ସ୍ୟଜୀବୀ ବୁଡ଼ିଗଲେ । ସେଥିରୁ ୫ ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଖୋଜା ଚାଲିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍ । ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବାସୁଲେଇ-୨ ମାଛ ଧରା ବୋଟ ବୁଡିଯାଇଥିଲା । ଗଭୀର ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ସମୁଦ୍ର ମୁହଁ ପୋତି ହୋଇଥିବାରୁ ବୋଟ ସମୁଦ୍ର ମୁହାଁଣରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ସାମୁଦ୍ରିକ ଥାନାର କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ, ଚଳିତ ଜାନୁଆରୀରେ ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ହୋଇଥିଲା । ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଥିଲା। ପାରାଦୀପରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ଘଟଣାରେ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। କୋଷ୍ଟଗାର୍ଡ ହେଲିକପ୍‌ଟର୍‌ରେ ସର୍ଚ୍ଚ ଅପରେସନ୍ ସତ୍ତ୍ୱେ ୩ ନିଖୋଜ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି ।

Leave A Reply

Your email address will not be published.