କଟକ ସହରରେ ମିଳିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସହରରେ ମିଳିଲାନି ଆମ୍ବୁଲାନ୍ସ। ୧୦୮ କୁ ଫୋନ କରିବା ପରେ ଉତ୍ତର ଆସିଲା ଆମ୍ବୁଲାନ୍ସ ପହଁଚୁଛି। କିନ୍ତୁ ସମୟ ଗଡି ଚାଲିଲା। କଟକ ରାଜାବଗିଚାରୁ ଏସସିବି ମାତ୍ର ୩ କିଲୋମିଟର ଦୂର। ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାରେ ପଡି ଯାଇଥିବା ମହିଳାଙ୍କୁ ଟ୍ରଲିରେ ବଡ଼ ମେଡିକାଲ ନେଉଥିଲେ। ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଗତକାଲି ରାତି ୯ ଟା ସମୟରେ କଟକ ସହରରୁ ଏଭଳି ଅଭିଯୋଗ ଆସିଛି।

ରାଜାବଗିଚା ସର୍ବୋଦୟପୁରର ବୁଲୁ ନାୟକଙ୍କ ପତ୍ନୀ ବାସନ୍ତୀ ନାୟକ କୌଣସି କାମରେ ଚୌଧୁରୀବଜାର ଯାଇଥିଲେ। ଫେରିବା ବାଟରେ ଘର ନିକଟରେ ରାସ୍ତାରେ ପଡି ଯାଇଥିଲେ। ଗୁରୁତର ବାସନ୍ତୀଙ୍କୁ ମେଡିକାଲ ନେବା ପାଇଁ ସାହିର କିଛି ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଁଚିଲା ନାହିଁ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକ ଏକ ଟ୍ରଲିରେ ମେଡିକାଲ ନେବା ରାସ୍ତାରେ ମହିଳାଙ୍କ ଜୀବନ ଚାଲି ଯାଇଥିଲା। ମାଗଣା ଆମ୍ବୁଲାନ୍ସ ସେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଭଳି ଅବ୍ୟବସ୍ଥା ଆମ୍ବୁଲାନ୍ସ ସେବାର ବିଧିବଦ୍ଧ ତଦନ୍ତ ପାଇଁ ଦାବି ହେଉଛି।

Leave A Reply

Your email address will not be published.