ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ଓଡିଶା ହାଇକୋର୍ଟ। ବର୍ଷାଙ୍କ ସହ ତାଙ୍କ ମାଆ ଏବଂ ଝିଆରିକୁ ଅନ୍ତରୀଣ ସୁରକ୍ଷା ଦେବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ମାମଲା ହୋଇଥିଲା। ଏ ନେଇ ଦିଲ୍ଲୀ ଆଭେନିଉ ଥାନା ପୋଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା। ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୋଲିସ କଟକ ଆସି ପୁରିଘାଟ ଥାନା ପୋଲିସ ଜରିଆରେ ଏହି ନୋଟିସ ଜାରି କରିଥିଲା। ଅଗଷ୍ଟ ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସ ଏସ୍‌.ସି ଓ ଏସ୍‌.ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.