ପୁଞ୍ଜିଲାଲ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା।ଆଜୀବନ ସଜା ଭୋଗୁଥିବା ପୁଞ୍ଜିଲାଲର ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ମାମଲାର ସମସ୍ତ ରେକର୍ଡ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ।ପାଟଣାଗଡ଼ ADJଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପୁଞ୍ଜିଲାଲ୍। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ୨୦୨୫, ମେ ୨୮ରେ ପାଟଣାଗଡ଼ ଅତିରିକ୍ତ ଦେରା ଜଜ୍ ଅଦାଲତ ରାୟ ପ୍ରକାଶ କରି ପୁଞ୍ଜିଲାଲଙ୍କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେୟ ଅଦାଲତ ଆଇପିସିର ଦଫା ୩୦୨, ୩୦୭, ୨୦୧, ଏପ୍ଲୋସିଭ୍ ସବ୍‌ଷ୍ଟାନ୍ସ ଆଇନର ଧାରା ୩ ଓ ୪ରେ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲାୟ ଘଟଣାସ୍ଥଳରେ ସେମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ଯୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାୟ ସୌମ୍ୟଶେଖରଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲାୟ ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ୨୩ ତାରିଖରେ ଦା ୩୦୨, ୩୦୭ ଏବ୍ଥ ଏକ୍ସପ୍ଲୋସିଭ୍ ସବ୍‌ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲାୟ ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟିକୁ ହସ୍ତାନ୍ତର କରାଯାଇଥିଲାୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇଂରାଜି ଅଧାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ ଗିରଫ କରାଯାଇଥିଲା।

Leave A Reply

Your email address will not be published.