ଓଡ଼ିଆ ନ୍ୟୁଜ୍: ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ । ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯାଇଛି ଜୀବନ । ୨୫ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି। ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା ନୌଗାମ ପୋଲିସ। ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ ।
ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାମ ଥାନାରେ ରଖାଯାଇଥିଲା । ପୋଲିସ ଓ ଫେରନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି।