ପାତ୍ରା ‘ଚାଆଲ’ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଇଡି (ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ) ଡକାଇଛି। ଶୁକ୍ରବାର ଦିନ ୧୧ ଟା ସମୟରେ ତାଙ୍କୁ ପଚରାଉଚରା ପାଇଁ ଇଡି ତାଙ୍କୁ ଡାକିଛି। ଗୋରେଗାଓଁରେ ପାତ୍ରା ‘ଚାଆଲ’ର ପୁନଃନିର୍ମାଣ ଏବଂ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ସହ ଜଡିତ ଆର୍ଥିକ କାରବାର ଅଭିଯୋଗରେ ରାଉତଙ୍କୁ ରବିବାର ଇଡି ଗିରଫ କରିଥିଲା।
ସଞ୍ଜୟ ରାଉତଙ୍କୁ ଆଜି ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ କୋର୍ଟ ଅଗଷ୍ଟ ୮ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଦିଆଯାଇଥିବା ରାଉତଙ୍କ ହେପାଜତକୁ ବୃଦ୍ଧି କରିଥିଲେ। ଅଦାଲତ ହେପାଜତକୁ ବୃଦ୍ଧି କରିବାବେଳେ କହିଛନ୍ତି ଯେ ଇଡି ତଦନ୍ତରେ ଯଥେଷ୍ଟ ଅଗ୍ରଗତି କରିଛି।
କୋର୍ଟଙ୍କ ନିଷ୍ପତ୍ତିର କିଛି ସମୟ ପରେ ବର୍ଷା ରାଉତଙ୍କୁ ଇଡି ଡକାଯାଇଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୂର୍ବରୁ କୋର୍ଟଙ୍କୁ କହିଥିଲେ ଯେ ଶିବସେନା ସାଂସଦ ଏବଂ ତାଙ୍କ ପରିବାର ମୁମ୍ବାଇରେ ଏକ ଚାଆଲ’ ର ପୁନଃନିର୍ମାଣ ପ୍ରକଳ୍ପରେ ହୋଇଥିବା ଅନିୟମିତତା କରି ୧ କୋଟି ଟଙ୍କା ପାଇଛନ୍ତି।