ପରିକ୍ରମା ଯୋଜନା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ‘ସେଠି ବିକାଶ ହେଉନି ରାଜନୀତି ହେଉଛି’
ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ଚାରିପଟେ ଚାଲିଥିବା ଖନନ କାଯ୍ୟ ସମ୍ପର୍କରେ ନିରଞ୍ଜନଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ସେଠି ବିକାଶ ହେଉନି ରାଜନୀତି ହେଉଛି। ଉଭୟ ଦଳ ସେଠି ରାଜନୀତି କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଓଡିଶା ମାସସିକ ସ୍ତରରେ ଟିକେ ଦୁର୍ବଳ।ସେଥିପାଇଁ ଏହାକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି।କଂଗ୍ରେସ ବିକାଶ କୁ ବିରୋଧ କରେନାହିଁ କିନ୍ତୁ ବିକାଶ ଆଇନ ଅନୁମୋଦିତ ହେବା ଦରକାର।ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା।ସେ କହିଛନ୍ତି ରାଜ୍ୟର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ ଯିବା ଦରକାର।ସେଥିରେ କିଛି ଅସୁବିଧା ନାହିଁ।
ପିସିସି ପରିବର୍ତନ ଓ କଂଗ୍ରେସ ନେତା ଦିଲ୍ଲୀକୁ ଯିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡକୁ ଦେଖା କରିବା ଦରକାର।ନହେଲେ କାହାକୁ ଦେଖା କରି ଆତ୍ମସନ୍ତୋଷ ଲାଭ କରିବେ। ହାଇକମାଣ୍ଡଙ୍କୁ କାହାକୁ ଭେଟିବାକୁ ମନା ନାହିଁ।ବିଧାୟକ ଦଳ ନେତା ପରିବର୍ତନ ନେଇ ମୋ ପାଖରେ କିଛି ଖବର ନାହିଁ। ପିସିସି ପରିବର୍ତନ ନେଇ ମୁଁ ଆନନ୍ଦିତ।ମୁଁ ନିଜେହିଁ ଚେଷ୍ଟା କରୁଥିଲି କେଉଁଭଳି ପିସିସି ପରିବର୍ତନ ହୋଇପାରିବ। ଯେପର୍ଯ୍ୟନ୍ତ ଦଳରେ ବଡ ନେତାଙ୍କ ଠାରୁ ଆରମ୍ଭ କରି ଛୋଟ ନେତା ପର୍ଯନ୍ତ ଶୁଙ୍ଖଳ ରକ୍ଷା ନ କରିଛନ୍ତି ସେପର୍ଯ୍ୟନ୍ତ ଦଳ ମଝଭୂତ ହେବନାହିଁ।