ଯାଜପୁର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ପିସିସି ସଭାପତିଙ୍କ ଦାବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିଲେ ପିସିସି ସଭାପତି। ଯାଜପୁର ଜିଲ୍ଲାର ର କୋରେଇ ରେଳ ଷ୍ଟେସନ ଠାରେ ହୋଇଥିବା ମର୍ମନ୍ଦୁଦ ରେଳ ଦୁର୍ଘଟଣାରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ମୃତକ ଙ୍କ ପାଇଁ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରତ୍ୟେକ ମୃତକ ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ମୃତକ ଙ୍କ ପରିବାରକୁ ସରକାର ତୁରନ୍ତ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତ ରାଶି ପ୍ରଦାନ ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଦାବି କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।
ଏପରି ଏକ ଅଭାବନିୟ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ଶ୍ରୀ ପଟ୍ଟନାୟକ।

Leave A Reply

Your email address will not be published.