ଯାଜପୁର: ପ୍ଲାଟଫର୍ମ ଉପରକୁ ମାଡିଗଲା ୮ରୁ ଅଧିକ ବଗି: ୩ ମୃତ ୪ଜଣ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ପ୍ଲାଟଫର୍ମ ଉପରକୁ ମାଡିଗଲା ୮ରୁ ଅଧିକ ବଗି । ଟିକେଟ୍ କାଉଣ୍ଟର ସହ ପାହାଚକୁ ମାଡ଼ିଗଲା ଟ୍ରେନ ବଗି । ଟ୍ରେନକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଚଢ଼ିଗଲା ବଗି । ବଗି ତଳେ ଚାପି ହୋଇଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ଆରପିଏଫ କର୍ମଚାରୀ ନିୟୋଜିତ ଅଛନ୍ତି । ବଗି ଓ ଭଙ୍ଗା ଘରେ ଆହୁରି ଅନେକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ଜଣାଇଛନ୍ତି,ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ସେହିପରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରି ଗଭୀର ଶୋକପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ଯକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି I ମୃତ ବ୍ୟକ୍ତି ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତ ମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ଯ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି I

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ଯୋଗେ ଲେଖିଛନ୍ତି କି ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକଙ୍କ ପ୍ରାଣହାନୀ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

Leave A Reply

Your email address will not be published.