ମଣିପୁରବାସୀ ଶାନ୍ତି ଚାହୁଁଛନ୍ତି: ମଣିପୁର ଗସ୍ତ ସାରି ଏପରି କହିଲେ ବିରୋଧୀ ଇଣ୍ଡିଆର ସାଂସଦ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଏକ ବଡ଼ ରୂପ ନେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋରଦାର ହୋଇଛି । ବିରୋଧୀ ମଣିପୁରର ବିଜେପି ସରକାର ଉପରେ ଲାଗାତର ଆକ୍ରମଣ କରୁଛନ୍ତି । ଏହାରି ଭିତରେ ବିରୋଧୀ ଇଣ୍ଡିଆ ମେଣ୍ଟର ୨୧ ଜଣ ସାଂସଦ ମଣିପୁର ଗସ୍ତ ସାରି ଆଜି ଫେରିଛନ୍ତି । ମଣିପୁର ଗସ୍ତରୁ ଫେରିବା ପରେ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ପ୍ରତିନିଧି ଦଳ ରିଲିଫ୍‌ ଶିବିର ବୁଲିବା ସହ ହିଂସାର ଶିକାର ହୋଇଥିବା ଲୋକଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଥିଲେ ।

ଏହାପରେ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଦିଲ୍ଲୀ ଫେରିବା ପରେ ଆରଜେଡି ସାଂସଦ ମନୋଜ ଝା କହିଛନ୍ତି ଯେ ମଣିପୁରବାସୀ କେବଳ ଗୋଟିଏ ହିଁ ଦାବି କରୁଛନ୍ତି ଜ୍ଝ ତାହା ହେଉଛି ନ୍ୟାୟ ସହ ଶାନ୍ତି । ଶାନ୍ତିର କୌଣସି ବିକଳ୍ପ ନାହିଁ । ଆମେ ମଣିପୁର ପାଇଁ ନ୍ୟାୟ ଚାହୁଁଛୁ। ଆମର ଏକମାତ୍ର ଦାବି ହେଉଛି ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରହୁ ଜ୍ଝ ମଣିପୁରର ପରିସ୍ଥିତି ଯନ୍ତ୍ରଣାଦାୟକ ।

ସଂସଦରେ ଏହା ଆଲୋଚନା ହୋଇସାରିଛି ଯେ ଏକ ସର୍ବଦଳୀୟ ପ୍ରତିନିଧି ମଣିପୁର ଗସ୍ତରେ ଯିବା ଉଚିତ୍। ମଣିପୁରରୁ ଫେରିବା ପରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମଣିପୁର ପାଇଁ କୌଣସି ବଡ଼ ପଦକ୍ଷେପ ନେଉନାହାଁନ୍ତି। ଦିଲ୍ଲୀ ତଥା ଦେଶ ବାହାରେ ମଧ୍ୟ ବଡ ବଡ କଥା କୁହାଯାଉଛି ।

 

Leave A Reply

Your email address will not be published.