ଅନ୍ୟକୁ ଜିଇଁବାର ରାହା ଦେଖାଉଥିବା ଉମରକୋଟାର କ୍ରୀଡା ଶିକ୍ଷୟିତ୍ରୀ କାହିଁକି ଆତ୍ମହତ୍ୟା କଲେ ? କରଣ ଖୋଜୁଛି ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ତନୁଜା ଉମରକୋଟ ନିକଟସ୍ଥ ଜାମରୁଣ୍ଡା ଠାରେ ଥିବା ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେରେ କ୍ରୀଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ଯ କରୁଥିଲେ । ଏତେ ଖୁସି ମିଜାଜ୍‌ ଓ ଅନ୍ଯକୁ ବଞ୍ଚିବାକୁ ବାଟ ଦେଖାଉଥିବା ଏହି କ୍ରୀଡା ଶିକ୍ଷୟତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ସହର ସ୍ତବ୍ଧ।

TIKTOK ମାଧ୍ୟମରେ ନିଜର ନାଚିବା ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ ଚର୍ଚ୍ଚାରେ ରହୁଥିଲେ ସେ । ତେବେ କେଉଁ ପରିସ୍ଥିତିରେ ତନୁଜା ଆତ୍ମହତ୍ୟା କଲେ, କେଉଁ ଚାପରେ ରହିଥିଲେ ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ତାର କାରଣ ଖୋଜୁଛି ଉମରକୋଟ ପୋଲିସ । ତନୁଜାଙ୍କ ଇଂରାଜୀ ଲେଖା ଓ ବେଙ୍ଗଲି ଭର୍ସନର ଏକ ସୁଇସାଇଡ ନୋଟ ଓ ମୋବାଇଲ ପୋଲିସ ହାତରେ ରହିଛି। ତେବେ ସୁଇସାଇଡ ନୋଟରେ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି ତନୁଜା। କିନ୍ତୁ ଘଟଣାକୁ ଆଗକୁ ନବଢ଼େଇବାକୁ ଓ ତଦନ୍ତ ନକରିବାକୁ ଲେଖିଛନ୍ତି । ଏକଥା କାହିଁକି ଲେଖିଛନ୍ତି ? ପାରିବାରିକ କଳହ, ପ୍ରେମ ନା ଆଉ କିଛି ? ମୃତ୍ୟୁ ର କାରଣକୁ କାହିଁକି ଲୁଚେଇ ରଖିବାକୁ ଚାହିଁ ଛନ୍ତି ତନୁଜା ତଦନ୍ତ ହେଲେ ଘଟଣା ସାମ୍ନା କୁ ଆସିବ। ଏ ସମସ୍ତ ଗୁମର ଖୋଲିବ ତନୁଜାଙ୍କ ମୋବାଇଲ ଏବଂ ପୋଲିସ ପାଇଁ ରହିବ ଏକ ବଡ଼ ଚ୍ଯାଲେଞ୍ଜ ।ଆତ୍ମହତ୍ୟା ପୂର୍ବରୁ କାହା ସହ ତନୁଜା କଥା ହୋଇଥିଲେ ମୋବାଇଲର CDRରୁ ଜଣାପଡ଼ିବ ଓ ଏହାର ରିପୋର୍ଟ ଦୁଇ ଦିନ ଭିତରେ ଆସିବ । ଏବଂ ତା ପରେ ଆତ୍ମହତ୍ୟାର ଗୁମର ଖୋଲିପାରେ ବୋଲି ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ ଘଟଣାର  ତଦନ୍ତ ଜାରି ରହିଥିବା ବେଳେ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.