ଇଣ୍ଡିଆ ମେଣ୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଗଠନ ହେବା ଦିନଠୁ ବିବାଦ ଏମାନଙ୍କ ପିଛା ଛାଡ଼ୁନି । ପ୍ରଥମେ ନାଁକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି । ଇଣ୍ଡିଆ ମେଂଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରାଯାଇଛି । ଆବେଦନକାରୀ ନିଜ ଆବେଦନରେ ଏକଥା ଦର୍ଶାଇଥିଲେ କି କୌଣସି ରାଜନୈତିକ ଦଳ ଇଣ୍ଡିଆ ନାଁ ବ୍ୟବହାର କରିବା ଆପତିଜନ । ଏହା ଉପରେ ରୋକ ଲଗାଯାଉ । ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଏବଂ ବିରୋଧୀ ଦଳଙ୍କୁ ନୋଟିସ ଜାରି କରିଛନ୍ତି ।

ଶୁକ୍ରବାର ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସଂଜୀବ ନରୁଲାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି । ଆଇନଜୀବୀ ବୈଭବ ସିଂଙ୍କ ମାଧ୍ୟମରେ ଆବେଦନକାରୀ ଗିରିଶ ଉପାଧ୍ୟାୟ କହିଛନ୍ତି ଯେ ଅନେକ ରାଜନୈତିକ ଦଳ ଆମର ରାଷ୍ଟ୍ରୀୟ ଧ୍ୱଜାକୁ ନିଜର ମେଂଟ ଲୋଗୋ ଭାବେ ବ୍ୟବହାର କରୁଛନ୍ତି ଯାହା ଭୋଟ ହାସଲର ଏକ ମାଧ୍ୟମ । ଯେଉଁଥିପାଇଁ ପରବର୍ତୀ ସମୟରେ ରାଜନୈତିକ ହିଂସା ସୃଷ୍ଟି କରିପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.