ଓଡ଼ିଆ ନ୍ୟୁଜ୍: ମାଲକାନଗିରିର ବିଭିନ୍ନ ପେଟ୍ରୋଲ୍ ପମ୍ପ ଆଗରେ ପ୍ରବଳ ଭିଡ଼। ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ଼। କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ୍। ଗାଡ଼ି ଟାଙ୍କି ଫୁଲ୍ କରିବା ସହ ବ୍ୟାରେଲ୍ ବୋହି ନେଉଛନ୍ତି ତେଲ।
ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ମିଳୁନାହିଁ ତେଲ। ପେଟ୍ରୋଲ ଓ ଡିଜେଲ ପାଇଁ ଲୋକଙ୍କୁ ରାତି ୪ଟାରୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି। ଜିଲ୍ଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ନଥିବା ବେଳେ ଯେଉଁଠି ମିଳୁଛି ସେଠାରେ ଶହ ଶହ ଲୋକଙ୍କ ଭିଡ। ଭିଡ଼କୁ ଦେଖି ଗୋଟିଏ ବାଇକକୁ ମାତ୍ର ଦୁଇ ଶହ ଟଙ୍କାର ପେଟ୍ରୋଲ ମିଳୁଥିବା ବେଳେ କାର ଗୁଡ଼ିକରେ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କାର ଡିଜେଲ। ଆମେରିକା ଓ ଇରାନର ଯୁଦ୍ଧ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖା ଦେଇଛି ବୋଲି ପ୍ରଚାର ହେବା ପରେ ମାଲକାନଗିରି ସମସ୍ତ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।