ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ବସି ଫଟୋ ଉଠାଇଥିବା ଫାର୍ମାସିଷ୍ଟ ସସପେଣ୍ଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଏଥର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦୁଇ ଦୁଇଟି ବିଭ୍ରାଟ ଦେଖିବାକୁ ମିଳିଛି। ପ୍ରଥମେ ରାଷ୍ଟ୍ରପତି ଭାଷଣ ଦେବା ସମୟରେ ୯ ମିନିଟ ଲାଇଟ କଟିଥିଲା ଓ ପରେ ସୁରକ୍ଷା ବଳୟ ଭେଦି ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠାଇଥିଲେ ଫାର୍ମାସିଷ୍ଟ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କଲେ। ଏବେ ତାଙ୍କୁ ଏହା ମହଙ୍ଗା ପଡ଼ିଛି। ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ(ସିଡିଏମଓ) କାର୍ୟ୍ୟାନୁଷ୍ଠାନ ନେଇ ଉକ୍ତ ଫାର୍ମାସିଷ୍ଟକୁ ସସପେଣ୍ଡ କରିଛନ୍ତି। ଫାର୍ମାସିଷ୍ଟ ଜଣକ ହେଉଛନ୍ତି ଯଶୋବନ୍ତ ବେହେରା।

ଜାମୁକେଶ୍ଵର ହସ୍ପିଟାଲରେ ସେ କାର୍ୟ୍ୟରତ ଥିଲେ।୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଅସ୍ଥାୟୀ ହେଲିପ୍ୟାଡରେ ପହଁଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।
ହେଲିପ୍ୟାଡ୍ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଆସିଥିବା ୩ ଟି ହେଲିକ୍ୟାପ୍ଟରରୁ ଗୋଟିଏ ସହ ସେଲ୍‌ଫି ନେଇଥିଲେ । ଏହାକୁ ନିଜ ଫେସବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ସୁରକ୍ଷା ବଳୟ ଭେଦି କିପରି ଫାର୍ମାସିଷ୍ଟ ହେଲିକପ୍ଟର ସହ ଫଟୋ ଉଠାଇଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଥିଲା।

ବିବାଦ ଘନେଇବା ପରେ ମୟୂରଭଞ୍ଜ ସିଡିଏମଓ ଉପରୋକ୍ତ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି। ସୂଚନାଥାଉ କି

ମୟୁରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪ ଶହ ସିନିୟର ଅଫିସର ,୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଅସ୍ଥାୟୀ ହେଲିପ୍ୟାଡରେ ପହଁଞ୍ଚିଥିଲେ ରାଷ୍ଟ୍ରପତି ।

ସେଠାରୁ ସିଧାସଳଖ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।ହେଲିପ୍ୟାଡ୍ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଆସିଥିବା ୩ ଟି ହେଲିକ୍ୟାପ୍ଟରରୁ ଗୋଟିଏ ସହ ସେଲ୍ଫି ନେଇଥିଲେ ।

ଏହାକୁ ନିଜ ଫେସବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ସୁରକ୍ଷା ବଳୟ ଭେଦି କିପରି ଫାର୍ମାସିଷ୍ଟ ହେଲିକପ୍ଟର ସହ ଫଟୋ ଉଠାଇଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିିଛି ।ଏହି ଘଟଣା ନେଇ ଫାର୍ମାସିଷ୍ଟ ଯଶବନ୍ତ ବେହେରା ପଚାରିବାରୁ ସ୍ମୃତି ଭାବରେ ରଖିବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ଯବାନମାନଙ୍କୁ ପଚାରି ଫଟୋ ଉଠାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.