ଖୁସି ଖବର : ନିଯୁକ୍ତି ପାଇବେ ୬୪୨ ନୂଆ ଶିକ୍ଷକ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ରାଜ୍ୟରେ ଏ ବର୍ଷ ୧୦୬ ହାଇସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ ଖୋଲାଯିବ । ଏଥିରୁ ୬ଟି ସ୍କୁଲ୍‌ରେ ବିଜ୍ଞାନ ଓ କଳା ପାଠ ପଢ଼ା ହେବାକୁ ଥିବା ବେଳେ ୧୦୦ଟି ସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ କଳା ପାଠ ପଢ଼ାଯିବ । ପ୍ରାଥମିକ ପର୍ୟ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବ । ଏହି ବିଭାଗରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ।

କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ାଯିବ । ସେହିପରି ପ୍ରତ୍ୟେକ ସ୍କୁଲ୍‌ରେ କଳା ବିଭାଗ ପାଇଁ ୬ଜଣ ପିଜିଟି ଓ ବିଜ୍ଞାନ ପାଇଁ ୭ଜଣ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏଥିରେ ୬୪୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।
ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ନାମଲେଖା ପ୍ରକ୍ରିୟା କରାଯିବ ।

ଏପରିକି ସମ୍ପୃକ୍ତ ସ୍କୁଲ୍‌ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ ନାମଲେଖା ପାଇଁ ପ୍ରାଥମିକତା ଦିଆଯିବ । ଏହି ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼ା ଉପଯୋଗୀ କରିବାପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ସୂଚନା ଥାଉକି ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି।ନୂଆ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସ୍‌ରେ କିପରି ଜୁନିଅର କଲେଜ ଚାଲିବ ସେଥିପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ୍‌ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍‌ ଯାଏଁ ହାଇସ୍କୁଲ ଚାଲିବ।

ଯୁକ୍ତ ଦୁଇରେ ଦୁଇଟି ସେକସନ୍‌ ହେବାକୁ ଥିବାବେଳେ ପ୍ରତି ସେକସନ୍‌ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼ାଯିବ।

ଉଭୟ ଅଫଲାଇନ୍‌ ଏବଂ ଅନ୍‌ଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.