କଂଗ୍ରେସର ଲଢୁଆ ମନୋବୃତ୍ତି ଆଉ ନାହିଁ : ଚିରଞ୍ଜୀବ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି  ସାଧାରଣ ନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଦଳ ଅଙ୍କ କଷା ଆରମ୍ଭ କରିଦେଲେଣି । ବିଜେପି ବିଜେଡି ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିଵ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ଖୋଲାମଞ୍ଚରେ ଧୂଲେଇ କରିଛନ୍ତି । ଜାନକୀ-ବସନ୍ତ ଯୋଡ଼ି ସମ୍ପର୍କିତ ଆଲୋଚନାବେଳେ  ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି ।ସେ କହିଛନ୍ତି ଯେ ପୂର୍ବର କଂଗ୍ରେସ ଆଉ ନାହିଁ । କଂଗ୍ରେସରେ ଏବେ ନେତୃତ୍ୱ୍ୱର ଅଭାବ ।

୨୦୦୦ ପରେ ଜନ୍ମିତଙ୍କୁ ଏବେ ୨୩ ବର୍ଷ । କିନ୍ତୁ ସେମାନେ ନବୀନ ଛଡ଼ା କିଛି ଜାଣନ୍ତିନି ।  ସେମାନଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସର କିଛି ପ୍ରୟାସ ନାହିଁ ।  କଂଗ୍ରେସର ଲଢୁଆ ମନୋବୃତ୍ତି ଆଉ ନାହିଁ ।  ବିଧାୟକ ସଂଖ୍ୟା କମି କମି ଯାଉଛି ।  କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  । କଂଗ୍ରେସର ରୋଗ ହେଲା ଜଣେ ସଂଗଠନ କରିବ କିନ୍ତୁ ଆଉ ଜଣେ ଟିକେଟ ପାଇବ ।

ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ ପ୍ରାର୍ଥୀ ଦେଇପାରିବ କି ନାହିଁ ସନେ୍ଦହ । କଂଗ୍ରେସର ରାଜନୈତିକ ମନୋବୃତ୍ତି ନାହିଁ, ହାରିବା ମାନସିକତା ନେଇ ଲଢୁଛି ।  ଆମ ଦଳରେ ରୋଗ ଅଛି ଯିଏ ପିସିସି ସଭାପତି ହେବ କାହାକୁ ପଚାରିବନି ।  ନହେବା ଯାଏ ସବୁ ଠିକ ଥିବ, ଥରେ ହୋଇଗଲେ କାହାକୁ ପଚାରିବେନି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.