ଓଡ଼ିଶାରେ ହେବକି ବାତ୍ୟା, କ’ଣ କହିଲେ ଆଇଏମଡି ଡିଜି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାତ୍ୟାକୁ ନେଇ ସାରା ରାଜ୍ୟରେ ଚହଳ ପଡିଛି। ଏଥିପାଇଁ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଭୟ । ବାତ୍ୟା କ’ଣ ଓଡ଼ିଶାରେ ହେବ । ଯଦି ହେବ କେତେ ଭୟଙ୍କର ହେବ ତାକୁ ନେଇ ଏବେ ସମସ୍ତେ ଛାନିଆ । ଆଜି ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ଓ ବାତ୍ୟା ସମ୍ପର୍କରେ  ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା ନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ପୂର୍ବାନୁମାନ ଅନୁଯାୟୀ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ମଙ୍ଗଳବାର ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।  ୧୦ ତାରିଖ ଅର୍ଥାତ ବୁଧବାର ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।  ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ ।  ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇବା ସମ୍ଭାବନା ରହିଛି ।  ବାତ୍ୟା ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ସମ୍ଭାବନା ରହିଛି ।  ୧୨ ତାରିଖରେ ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁପାରେ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ବର୍ଷା ଓ ପବନ ନେଇ କିଛି ୱାର୍ଣ୍ଣିଂ ନାହିଁ  । ଓଡ଼ିଶା, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି ତାହା ଆମେ ଦେଖୁଛୁ ବୋଲି ଶ୍ରୀ ମହାପାତ୍ର କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.