ଭୁବନେଶ୍ବର(ଓଡ଼ିଆ ନ୍ୟୁଜ): ଫାଜା ଦୁବାଇ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ଏସ୍ଏଲ୍-୩ ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ । ଦୁବାଇରେ ଆୟୋଜିତ ଫାଜା ଦୁବାଇ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ରବିବାର ରୋମାଞ୍ଚକର ଫାଇନାଲ୍ ଦେଖିବାକୁ ମିଳିଛି । ପ୍ରଥମ ସେଟ୍ରେ ହାରିଯାଇଥିଲେ ପ୍ରମୋଦ । ହେଲେ ପ୍ରମୋଦ ୧୯-୨୧, ୨୧-୧୭ ଓ ୨୧-୧୭ରେ ନିଜ ଦେଶର ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ। ଏହି ଫାଇନାଲ୍ ମ୍ୟାଚ୍ ୧ ଘଣ୍ଟା ୧ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା। ଏକକରେ ଟ୍ରଫି ଜିତି ଥିବାରୁ ବହୁତ ଖୁସି। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ମିଶ୍ରିତ ଯୁଗଳରେ ହାରିଯାଇଥିଲୁ। ଏହି ବିଜୟ କାନାଡ଼ା ଇଣ୍ଟରନ୍ୟାସନାଲ ପ୍ରସ୍ତୁତି ଲାଗି ମୋତେ ଶକ୍ତି ଦେବ। ମୋ ମିଶ୍ରିତ ଯୁଗଳ ସାଥୀ ମନୀଷା ପ୍ରକୃତରେ ଏସ୍ୟୁ-୫ରେ ଜଣେ ଶ୍ରେଷ୍ଠ ଉଦୀୟମାନ ଖେଳାଳି। ମୁଁ ନିଶ୍ଚିତ ଆମେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ପ୍ରମୋଦ।