ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍ ସେବା । ସେନେଇ ବ୍ୟବସ୍ଥା କରାଯାଇଛି । ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି ।
ଖୁବ ଶାଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତୀର୍ଥଯାତ୍ରୀ ଓ ମହିଳା ମାନଙ୍କ ପାଇଁ ଟିକେଟ୍ ଦାମରେ କୋହଳ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
କେବଳ ଏତିକି ନୁହେଁ କିଭଳି ବାହାର ରାଜ୍ୟକୁ ଭୁବନେଶ୍ୱରରୁ ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି । ବହୁ ସ୍ୱଳ୍ପ ମୂଲ୍ୟରେ ତୀର୍ଥଯାତ୍ରୀ ମାନେ ତୀର୍ଥଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା l ସେହିପରି ବାହାର ରାଜ୍ୟକୁ ଭୁବନେଶ୍ୱରରୁ କିପରି ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ |