ପାଇପ୍ ବୋଝେଇ ଟ୍ରେଲର ଓଲଟି ଡ୍ରାଇଭର୍ ଆହତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ମାଲକାନଗିରିରେ ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁଵଲେର ଢ଼ାବା ନିକଟ ଟର୍ଣ୍ଣିଂରେ ଏହି ଦୁର୍ଘଟଣା ଗଟିଛି। ଏକ NL01-5059 ନମ୍ବର ବିଶିଷ୍ଟ ପାଣି ପାଇପ ବୋଝେଇ ୧୨ ଚକିଆ ଟ୍ରେଲର ଭାରସାମ୍ୟ ହରାଇ ୩୨୬ ନମ୍ବର ଜାତୀୟ ରା଼ଜପଥ ପାର୍ଶ୍ଵରେ ଚାଷ ଜମି ଭିତରେ ଓଲଟି ପଡିଛି।

ଡ୍ରାଇଭରଙ୍କ କହିବାନୁଯାୟୀ, ସାମ୍ନାରେ ଗୋଟିଏ ପାସେଞ୍ଜର ବାଝେଇ ଅଟୋ ହଠାତ୍ ଅସିଯିବାରୁ ବ୍ରେକ ମାରି ସାଇଡ଼ ଦେବା ବେଳେ ଟ୍ରେଲରଟି ଓଲଟି ପଡ଼ିଛି। ତେବେ ଘଟଣାରେ କହାର କିଛି କ୍ଷୟକ୍ଷତି ଘଟି ନଥିବା ବେଳେ ଡ୍ରାଇଭରଙ୍କ ଗୋଡରେ ଆଘାତ ଲାଗିଛି। ଏହି ପାଣି ପାଇପ୍ ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ କଳାହାସ୍ତିରୁ ଲୋଡିଂ ହୋଇ ଆସୁଥିଲା ମାଲକାନଗିରି।

Leave A Reply

Your email address will not be published.