ଓଡ଼ିଆ ନ୍ୟୁଜ୍: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍ଶୀଘ୍ର ହେବ ପର୍ଦ୍ଦାଫାସ। ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ବ୍ରହ୍ମପୁର ଏସ୍ପି ଏନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫ ଦିନ । ତଦନ୍ତ ତ୍ୱରାନ୍ୱିତ ହୋଇଥିଲେ ବି ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିପାରିନାହିଁ । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍ଜାରେ ଥିବା ସୂଚନା ମିଳିଛି ।