ଓଡ଼ିଆ ନ୍ୟୁଜ୍: ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ୍। ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ।’ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି’।’ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି’।ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି।’ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି’।’ଧମକପୂର୍ଣ୍ଣ ଫୋନ୍ କଲ୍କୁ ନେଇ ଆମେ ଭୟଭୀତ ଅଛୁ। ‘ଆମ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦିଆଯାଉ।
ସେପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା।ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ।ପତ୍ନୀଙ୍କ ପ୍ରେସମିଟ୍ ପରେ ସୁରକ୍ଷା ଦେବାକୁ ପଦକ୍ଷେପ।ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କରିଥିଲେ ପତ୍ନୀ।ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଥିଲା।