ଓଡ଼ିଆ ନ୍ୟୁଜ୍: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ।ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍।୪ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିବା ସୂଚନା।ପୋଲିସ୍ ଚାର୍ଜସିଟ୍ରେ ଉଲ୍ଲେଖ ଥିବା ବିକ୍ରମ ପଣ୍ଡା ଓକିଲଙ୍କ ସୂଚନା।କୋର୍ଟରେ ଦାଖଲ ହୋଇନଥିବା ଓକିଲ ଦୀପକ ପଟ୍ଟନାୟକଙ୍କ ଅଭିଯୋଗ।ପ୍ରମାଣ ସହ ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ଆବଶ୍ୟକ ବୋଲି ଓକିଲଙ୍କ ଦାବି। ପୀତବାସ ପଣ୍ଡା ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା। ତେବେ ଚାର୍ଜସିଟ୍ରେ ତାଙ୍କ ହତ୍ୟା ସମ୍ପର୍କରେ ଭିନ୍ନ ଟିଷ୍ଟ୍ ରହିଛି ।
ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପରିଜନକ ଫଟୋ ପୀତବାସ ରଖି ସର୍ବଜନୀନ କରିବାକୁ ପରୋକ୍ଷରେ ଧମକାଉଥିଲେ । ତେଣୁ ଏହି କାରଣରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପୋଲିସ ଚାର୍ଜସିଟ୍ରେ ଦର୍ଶାଇଛି । ପୋଲିସ ତଦନ୍ତ ଅନୁସାରେ ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭରେ କିଛି ଆପଭିଜନକ ଫଟୋ ଥିଲା। ସେହି ପଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ପୋଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି।