ରଖେ ହରି ତ ମାରେ କିଏ, ଦୁର୍ଘଟଣା ବଂଚିଗଲେ ଜଣେ ଯାତ୍ରୀ

0

ଓଡ଼ିଆ ନ୍ୟୁଜ୍:  ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି। ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ‘ପୁଲିସ ସିଟ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ବିଷୟରେ ଏପର୍ଯ୍ୟନ୍ତ କିଛି କହିହେବ ନାହିଁ। ବିମାନଟି ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।’

ବଞ୍ଚିଥିବା ୪୦ ବର୍ଷୀୟ ବ୍ୟକ୍ତି ବିଶ୍ୱାସ କୁମାର ରମେଶ ସେହି ସମୟର କାହାଣୀ କହିଥିଲେ। ସେ କହିଥିଲେ, ଉଡ଼ାଣ ଭରିବାର ୩୦ ସେକେଣ୍ଡ ପରେ ଜୋରରେ ଶବ୍ଦ ହୋଇଥିଲା ଏବଂ ତା’ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସବୁ ବହୁତ ଶୀଘ୍ର ଘଟିଥିଲା। ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ବିମାନର ଖଣ୍ଡଗୁଡ଼ିକ ମୋ ଚାରିପାଖରେ ବିଛାଡ଼ି ହୋଇ ପଡ଼ିଥିଲା। କେହି ଜଣେ ମୋତେ ଧରି ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନେଇଗଲେ।’

Leave A Reply

Your email address will not be published.