ବିମାନ ଦୁର୍ଘଟଣା, ହଷ୍ଟେଲର 5 ଛାତ୍ର ମୃତ

0

ଓଡ଼ିଆ ନ୍ୟୁଜ୍: ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ଦୁର୍ଘଟଣାରେ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ୪ଜଣ UG ଡାକ୍ତରୀ ଛାତ୍ର ହୋଇଥିବା ବେଳେ ଜଣେ PG ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଡାକ୍ତରୀ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ବିମାନଟି ଖସି ପଡିଥିଲା।

କମିଶନର ଜିଏସ୍‌ ମଲିକ କହିଛନ୍ତି, ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି ମନେ ହେଉଛି। ସେ କହିଛନ୍ତି, ବିମାନଟି ଆବାସିକ ଅଞ୍ଚଳ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ପଡ଼ିଥିବା ଫଟୋ ସାମ୍ନାକୁ ଆସିଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.