ପ୍ରକାଶ ପାଇଲା ଯୁକ୍ତ୨ ନାମଲେଖାର ପ୍ରଥମ କଟ୍ଅଫ୍ ମାର୍କ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ଯୁକ୍ତ୨ ନାମଲେଖାଇବା ପାଇଁ ଆବେଦନ କରିଥିଲେ ୪,୮୦,୭୦୪ ଛାତ୍ରଛାତ୍ରୀ। ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟ ରେ ୪୫,୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି। ସଂସ୍କୃତ ରେ ୧୩,୨୬୮ ଓ ଧନ୍ଦାମୂଳକ ରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି। ଆସନ୍ତା ୧୯ ତାରିଖ ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମେଲେଖା। ସକାଳ ୯ ରୁ ୫ ହେବ ନାମେଲଖା। ୨୫ ତାରିଖ ପର୍ଯ୍ୟନ୍ତ ହେବ ନାମେଲେଖା। ବନ୍ୟା ସ୍ଥିତି କୁ ଦେଖି ବଢ଼ିପାରେ ନାମଲେଖା ଅବଧି।

କଳାରେ ସର୍ବାଧିକ ୮୩.୫୦% ସହ ପୁରୀ ର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ
ଦ୍ୱିତୀୟରେ ୮୩.୩୩%ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ
ତୃତୀୟ ରେ ୮୩.୧୭% ସହ କଟକ ନରସିଂହପୁର ହାଇଅର ସେକେଣ୍ଡାରୀ ସ୍କୁଲ

ବିଜ୍ଞାନ ବିଭାଗରେ
୯୪.୩୩% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ
୯୩.୨୦% ସହ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦ୍ରିର ଦ୍ଵିତୀୟ ରେ
୯୩% ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟ ରେ
ବାଣିଜ୍ୟ ବିଭାଗରେ
୮୪.୧୭% ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ
୮୦.୬୭% ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଦ୍ଵିତୀୟ ରେ
୭୯.୮୩% ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟ ରେ ରହିଛି।

Leave A Reply

Your email address will not be published.