ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦିନିଆ ବିଦେଶ ଗସ୍ତ ଅଛନ୍ତି । ସେ ମୋଟ ୫ଟି ଦେଶ ଯାତ୍ରା କରିବେ । ବୁଧବାର ଆଫ୍ରିକୀୟ ଦେଶ ଘାନାରୁ ଗସ୍ତ ଆରମ୍ଭ କରିଛନ୍ତି । ମୋଦି ଘାନାରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି ଜନ୍ ମହାମା ରାଜଧାନୀ ଆକ୍ରାସ୍ଥିତ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ୨୧ ତୋପ ସଲାମୀ ସହ ଗାର୍ଡ ଅଫ ଅନର୍ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଛି। ଘାନାର ରାଷ୍ଟ୍ରପତି ଜନ ମହାମାଙ୍କ ଦ୍ୱାରା ଆକ୍ରାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା।