ଓଡ଼ିଶା ଗରିବୀ ସହ ଲଢ଼ୁଥିଲା, ବିକାଶ ଦେଖିବ: ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ।ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ।ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ।ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି।ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ। ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି।ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି। ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି।ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି।

ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି। କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍‌ ୪୦ ହଜାର କମ୍‌ କରାଯାଇଛି।ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ।କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍‌ କମ୍‌ କରିଛନ୍ତି।ଏହାଦ୍ବାରା ବହୁତ ସଂଖ୍ୟାରେ ଆଦିବାସୀ କେନ୍ଦୁପତ୍ର ତୋଳାଳି ଉପକୃତ। ଓଡ଼ିଶାରେ ଆଜି ୬ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି। ‘ଓଡ଼ିଶାରେ ୬୦ଟି ରେଲୱେ ଷ୍ଟେସନର ଆଧୁନିକୀକରଣ କରାଯାଉଛି।

Leave A Reply

Your email address will not be published.