SCO ଶିଖର ସମ୍ମିଳନୀରେ ଏକାଠି ନଜର ଆସିଲେ ତ୍ରିଶକ୍ତ

0

ଓଡ଼ିଆ ନ୍ୟୁଜ୍: SCO ସମ୍ମିଳନୀରେ ଏକାଠି ହେଲେ ୩ ମହାଶକ୍ତି।ଚୀନ୍ ତିଆନିଜ୍‌ରେ SCO ସମ୍ମିଳନୀ ଆରମ୍ଭ। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜିନପିଙ୍ଗ୍ ଓ ପୁଟିନ୍।ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଲେ।ଉକ୍ତ ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ମୋଦି। ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି ମୋଦି। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏହାର ଉଦାହରଣ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ।

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ପ୍ରାୟ ୪ ବର୍ଷ ପରେ ୨୦୨୪ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ରୁଷିଆରେ ପରସ୍ପରକୁ ଭେଟିଥିଲେ। ଏହା ପରେ ରବିବାର ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ସୀମା ବିବାଦ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମାପାର ଆତଙ୍କବାଦକୁ ନେଇ ରହିଥିବା ଆହ୍ବାନ ପ୍ରସଙ୍ଗ ଉଠାଇବା ସହ ଭାରତ ଓ ଚାଇନା ଏହାର ମୁକାବିଲା ପାଇଁ ପରସ୍ପରକୁ ସହଯୋଗ କରିବା ଉଚିତ ବୋଲି ମତ ଦେଇଛନ୍ତି। ମୋଦି କହିଛନ୍ତି, ସୀମାପାର ଆତଙ୍କବାଦ ପରିପ୍ରେକ୍ଷୀରେ ବର୍ତ୍ତମାନର ଏସ୍‌ସିଓ ସମିଟ୍‌ ପରିପ୍ରେକ୍ଷୀରେ ଆମେ ଚାଇନାଠାରୁ ସହଯୋଗ ପାଇଛୁ। ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଉଭୟ ପକ୍ଷଙ୍କ ସିଦ୍ଧାନ୍ତ ଭବିଷ୍ୟତରେ ସହାୟକ ହେବ। ଏହି ସମ୍ପର୍କ ଭାରତ ଓ ଚାଇନାର ୨.୮ ବିଲିୟନ୍‌ ଲୋକଙ୍କୁ ସୁବିଧା ଦେବ।

Leave A Reply

Your email address will not be published.