ଓଡ଼ିଆ ନ୍ୟୁଜ୍: ଟାରିଫ୍ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପ୍ଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା।ଚାଷୀଙ୍କ ସ୍ବାର୍ଥ ସହ କେବେ ସାଲିସ୍ କରାଯିବ ନାହିଁ କହିଲେ ମୋଦି। ଦିଲ୍ଲୀରେ ସ୍ବାମୀନାଥନ ଶତାବ୍ଦୀ ସମାରୋହ ଉତ୍ସବରେ କଡ଼ା ବାର୍ତ୍ତା। ଚାଷୀ, ମତ୍ସ୍ୟଜୀବୀ, ଦୁଗ୍ଧଚାଷୀଙ୍କ ସ୍ବାର୍ଥ ସହ ସାଲିସ କରାଯିବ ନାହିଁ’।ଚାଷୀଙ୍କ ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ଯୁଦ୍ଧକୁ ତୀବ୍ର କରିଥିବାର ଦିନକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ବାର୍ତ୍ତା ଦେଇଛନ୍ତି।
ଦିଲ୍ଲୀରେ ଆୟୋଜିତ ଏମଏସ ସ୍ବାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଚାଷୀଙ୍କ ସ୍ବାର୍ଥ ଆମର ପ୍ରମୁଖ ଅଗ୍ରାଧିକାର। ଭାରତ କେବେ ବି ତା’ର ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ ଆପୋଷ କରିବ ନାହିଁ। ମୁଁ ଜାଣିଛି ଏଥିପାଇଁ ମୋତେ ବ୍ୟକ୍ତିଗତ ଭାବେ ବଡ଼ ମୂଲ୍ୟ ଚୁକାଇବାକୁ ପଡ଼ିବ, କିନ୍ତୁ ମୁଁ ପ୍ରସ୍ତୁତ। ଦେଶର ଚାଷୀ, ମତ୍ସ୍ୟଜୀବୀ ଓ ପଶୁପାଳକଙ୍କ ସ୍ବାର୍ଥ ପାଇଁ ଭାରତ ପ୍ରସ୍ତୁତ